Odisha Link
Bridging the Missing Links in Odisha

ଆରପାରିରେ ଯାତ୍ରା ହାସ୍ୟାଭିନେତା ଜଗା ରାଉତ

ଭୁବନେଶ୍ୱର: ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। କରୋନାରେ ତାଙ୍କର ଦେହାନ୍ତ ହୋଇଛି। ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ କଳାକାର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ସାତସଙ୍ଖ, କୋଣାର୍କ, କଳିଙ୍ଗ ଗଣନାଟ୍ୟରେ ସେ କାମ କରିଥିଲେ। ଦୀର୍ଘ ୬୨ ବର୍ଷର ଅଭିନୟ ଭିତରେ ଯାତ୍ରା ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି। ସମସ୍ତେ ତାଙ୍କୁ ସ୍ନେହରେ ଜଗା ମଉସା ବୋଲି ଡାକନ୍ତି।

ଜିଭ ଆଗରେ ଅସଜଡ଼ା କଥା କହି ହସିହସି ବେଦମ କରାନ୍ତି ଦର୍ଶକଙ୍କୁ। ଲଣ୍ଠନ ଯାତ୍ରାରୁ କ୍ୟାରିଅର ଆରମ୍ଭ କରିଥିବା ଜଗା ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଯାତ୍ରା ଦର୍ଶକଙ୍କୁ ଭେଟି ଦେଇଥିଲେ। ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନକହିଲେ କୂଳ ଭାସି ଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡ଼ାରୁ ଭଳି ବହୁ ଯାତ୍ରା କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି।

୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ। ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ । ସମ୍ପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ।

Leave A Reply

Your email address will not be published.