Odisha Link
Bridging the Missing Links in Odisha

କୋଭିଡ ରୋଗୀଙ୍କ ଗଦି ବିକି ଦେଲେ ନାଏବ ସରପଞ୍ଚ

ଗତବର୍ଷ କ୍ବାରାଣ୍ଟିନ୍‌ ସେଣ୍ଟର ନିମନ୍ତେ କିଣାଯାଇଥିବା ଗଦିକୁ ନାଏବ ସରପଞ୍ଚ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ

ଢେଙ୍କାନାଳ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିିଛି। ଦୈନିକ ୬ ହଜାରରୁ ଉର୍ଦ୍ଧ୍ବ କରୋନା ରୋଗୀରେ ରାଜ୍ୟରେ ଚିହ୍ନଟ ହେଉଛନ୍ତି। ଅନ୍ୟପଟରେ ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ କରୋନା ସଂକ୍ରମଣ ଯୋଗୁଁ ଚାଲିଗଲାଣି। ହେଲେ ଏହି ମହାମାରୀ ସମୟ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ଏଭଳି ଏକ ଖବର ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

ଗତବର୍ଷ କ୍ବାରାଣ୍ଟିନ୍‌ ସେଣ୍ଟର ନିମନ୍ତେ କିଣାଯାଇଥିବା ଗଦିକୁ ନାଏବ ସରପଞ୍ଚ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚ। ଏପରିକି ଫାଣ୍ଡିରେ ଅଭିଯୋଗ କରିବା ସହ ତଦନ୍ତ କରି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ସରପଞ୍ଚ। ଏଭଳି ଖବର ଆସିଛି ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଭାପୁର ପଞ୍ଚାୟତରୁ।

ମିଳିଥିବା ସୂଚନା ମୁତାବିକ, ଭାପୁର ସରପଞ୍ଚ ପୁଷ୍ପଲତା ଭୋଇ ନାଏବ ସରପଞ୍ଚଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଶ୍ରୀମତୀ ଭୋଇଙ୍କ ଅଭିଯୋଗ ଅନୁଯାୟୀ, ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ପଞ୍ଚାୟତ ପକ୍ଷରୁ କ୍ବାରାଣ୍ଟିନ୍‌ ସେଣ୍ଟର୍‌ ଖୋଲାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁଦାନରୁ ଶହେଟି ଗଦି କିଣାଯାଇଥିଲା। କ୍ବାରାଣ୍ଟିନ୍‌ ସେଣ୍ଟର ଉଠିଯିବା ପରେ ଗଦିସବୁ ପଞ୍ଚାୟତ କାର୍ଯ୍ୟାଳୟରେ ଥିଲା। ଗତ ୧୧ ତାରିଖରେ ନାଏବ ସରପଞ୍ଚ ସରୋଜକାନ୍ତ ପଣ୍ଡା ସେହି ଗଦି ସବୁ ବିକ୍ରି କରିଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ପଞ୍ଚାୟତର ରାତ୍ର ଜଗୁଆଳି ଅମିୟ ପାଣିଗ୍ରାହୀ, ପିଅନ ଜୟକୃଷ୍ଣ ଦାସ ଓ ପମ୍ପ ଚାଳକ ରାମଚନ୍ଦ୍ର ଦଳେଇଙ୍କୁ ଭୟଭୀତ କରାଇ ତାଙ୍କ ଦ୍ୱାରା ଗଦିକୁ ବୁହାଇ ଗାଡ଼ିରେ ଲୋଡ଼୍‌ କରି ନେଇ ବିକ୍ରି କରିଦେଇଥିବା ଶ୍ରୀମତୀ ଭୋଇ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.