Odisha Link
Bridging the Missing Links in Odisha

କରୋନାରେ ‘ଶୁଟର ଦାଦି’ଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: କରୋନାରେ ‘ଶୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କ ଦେହାନ୍ତ ହୋଇଯାଇଛି । ମେରଠର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସୂଚନା ଅନୁସାରେ ‘ଶୁଟର ଦାଦି’ ଗତ ୨୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଯୋଗୁ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା।

ଚନ୍ଦ୍ରୋ ତୋମରଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ। ତାଙ୍କୁ କରୋନା ପଜିଟିଭ ନେଇ ଟ୍ୱିଟରେ ପେଜରେ ଏହି ସୂଚନା ଦିଆଯାଇଥିଲା। ‘ଦାଦି ଚନ୍ଦ୍ରୋ ତୋମର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଶ୍ୱର ସମସ୍ତଙ୍କର ରକ୍ଷା କରନ୍ତୁ -ପରିବାର ।’

ଚନ୍ଦ୍ରୋ ତୋମର ଯେତେବେଳେ ଏହି ଶୁଟର ଶିଖିବା ପାଇଁ ଚାହିଁଥିଲେ ସେତେବେଳେ ତାଙ୍କୁ ୬୦ ବର୍ଷରୁ ଅଧିକ ହୋଇଥିଲା। ସେ ଅନେକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇ ବିଜେତା ମଧ୍ୟ ହୋଇଛନ୍ତି । ‘ସାଣ୍ଡ କି ଆଁଖ’ ନାମରେ ତାଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି। ବିଶ୍ୱରେ ସବୁଠାରୁ ବୟସ୍କ ଶୁଟରଭାବରେ ସେ ପରିଚିତ ଥିଲେ।