Odisha Link
Bridging the Missing Links in Odisha

ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣରେ ଲାଗିଲା କଟକଣା। କରୋନା ମହାମାରୀର ଦିତ୍ବୀୟ ଲହରକୁ ଦୃଷ୍ଟିରେ ରଖି ଡିଜିସିଏ ଅନ୍ତରାଷ୍ଟ୍ରୀୟ ଉଡାଣକୁ ମେ’ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି କଟକଣା କାର୍ଗୋ ବିମାନ ଉଡାଣ ଉପରେ ଲାଗୁ ହେବ ନାହିଁ। ଯଦି ଦରକାର ହୁଏ ଅଧିକାରୀଙ୍କ ମଞ୍ଜୁରୀ କ୍ରମେ ଅନ୍ତରାଷ୍ଟ୍ରୀୟ ଉଡାଣ କରିହେବ।

୩୧ ମେ ୨୦୨୧ ରାତି ୧୧.୫୯ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ସେବା ବନ୍ଦ ରହିବା ନେଇ ନାଗରିକ ଉଡାଣ ମହାନିର୍ଦ୍ଦେଶାଳୟ ଆଦେଶ ଜାରି କରିଛି। ୨୬ ଜୁନ ୨୦୨୦ରେ ଭାରତ ସରକାର କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧ ଲଗାଇଥିଲେ। ଏହା ପରେ ଡିଜିସିଏ ତରଫରୁ ସମୟ ବ୍ୟବଧାନରେ ଗାଇଡ ଲାଇନ ଜାରି କରାଯାଇଥିଲା।

ଏହାପରେ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସର୍ବନିମ୍ନ ୧୦ ପ୍ରତିଶତ ଏବଂ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିମାନ ଉଡାଣ ପାଇଁ ନିୟମ ରହିଥିଲା।

Leave A Reply

Your email address will not be published.