Odisha Link
Bridging the Missing Links in Odisha

୨୦୨୧ ନିମନ୍ତେ ଶ୍ରେଷ୍ଠ ପ୍ରାଧ୍ୟାପକ ସମ୍ମାନରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋ ଫୁଏଲ୍ସ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଶ୍ରେଷ୍ଠ ପ୍ରଧ୍ୟାପକ ଭାବେ ଚଳିତ ବର୍ଷର ଏସିଆନ ଏଜୁକେସନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।

ଦୀର୍ଘ ଦିନ ଧରି ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଓ ଉତ୍କୃଷ୍ଠତାକୁ ନେଇ ଭର୍ଚ୍ଚୁଆଲି ଆୟୋଜିତ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିକଟରେ ୟୁଏସଏର ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ
ତାଲିକାରେ ପ୍ରଫେସର ଶୁକ୍ଳାଙ୍କର ନାମ ଚୟନ କରାଯାଇଥିଲା।

ମାଇନିଙ୍ଗ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣା ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲଜିରେ ବାୟୋ-ରିସୋର୍ସେସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଓ ମୁଖ୍ୟବୈଜ୍ଞାନିକ ଭାବେ ସେ କାର୍ଯ୍ୟ ତୁଲାଇଛନ୍ତି।

ଭାରତରେ ମାଇକ୍ରୋବାୟୋଲଜି କ୍ଷେତ୍ରରେ ଉନ୍ନତି ନିମନ୍ତେ ତାଙ୍କର ଯଥେଷ୍ଟ ଅବଦାନ ରହିଥିବା ବେଳେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଟାଲ୍ସ, ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୧୯ରେ ହାଇଡ୍ରୋ ମେଟାଲର୍ଜିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଆର.ପି.ଦାସ ମେମେରିଆଲ ଆୱାର୍ଡ, ୨୦୧୮ରେ ଗ୍ଲୋବାଲ ଏଜୁକେସନ ଆଣ୍ଡ କର୍ପୋରେଟ ଲିଡରସିପ ଆୱାର୍ଡ ଓ ୨୦୧୦ରେ ଆସୋସିଏସନ ଅଫ ମାଇକ୍ରୋବାୟୋଲଜିଷ୍ଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରଫେସର ଏସ.ଆର.ଭ୍ୟାସ ମେମୋରିଆଲ ଆୱାର୍ଡରେ ପ୍ରଫେସର ଶୁକ୍ଳା ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.