Odisha Link
Bridging the Missing Links in Odisha

କାଲିଠାରୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା, ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ବଢୁଛି କରୋନାର କାୟା।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଏକ ବଡ଼ଖବର ସାମାନାକୁ ଆସିଛି।  ଭୁବନେଶ୍ୱରର କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ବେଡ୍‌ର ଅଭାବ ନାହିଁ।

ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି। ଏବେ ୫୩୧ ଆଇସିୟୁ, ୮୩୬ ଏଚଡିୟୁ ଓ ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ସେ କହିଛନ୍ତି ଯେ, ସୋମବାରଠାରୁ ବିଏମସି ପକ୍ଷରୁ ର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ।

ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ। ଟିକାକରଣ କେନ୍ଦ୍ରକୁ ନ ଆସି କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବିଏମସି କମିସନର ଅନୁରୋଧ କରିଛନ୍ତି। ଏଣେ ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇବାକୁ ବିଏମସି କମିସନର କହିଛନ୍ତି। ରାଜଧାନୀରେ ୧୧ଟି ଘରୋଇ ଲାବୋରାଟୋରିରେ ପରୀକ୍ଷା ସୁବିଧା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖାଯିବ ଉଚିତ।

Leave A Reply

Your email address will not be published.