Odisha Link
Bridging the Missing Links in Odisha

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନାର ବଢୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ମେ ୩ ଯାଏଁ ଲକଡାଉନ୍ ଅବଧି ରହିଥିଲା। ଏବେ ଏହାକୁ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି।

ଏନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ। କରୋନା ସଂକ୍ରମଣକୁ ଦେଖି ଏପ୍ରିଲ ୧୯ ତାରିଖରେ ପ୍ରଥମେ ଦିଲ୍ଲୀରେ ଲକଡାଉନ୍ ଲାଗୁ କରାଯାଇଥିଲା। ଏହାପରେ ଏପ୍ରିଲ ୨୫ରେ ଏହାକୁ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଥିଲ। ଆଉ ଏବେ ପୁଣିଥରେ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମଣର ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୨୪ ହଜାରରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି। ସେହିପରି ୩ ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.