Odisha Link
Bridging the Missing Links in Odisha

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ୱାଦିକ ପ୍ରୀତିମାନ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା।  ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ  ଏକ ବଡ଼ ଦୁଃଖଦ ଖବର ସାମାନାକୁ ଆସିଛି। କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା। ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ମୃତ୍ୟୁ। ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜରେ କାର୍ଯ୍ୟରତ ଥିଲେ ପ୍ରୀତିମାନ।

କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଥିଲେ ଚିକିତ୍ସାଧୀନ। ପ୍ରୀତିମାନଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପ୍ରୀତିମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। କରୋନାରେ ଜଣେ ଭଲ ବନ୍ଧୁଙ୍କୁ ହରାଇଲି ବୋଲି ଟ୍ବିଟ କରି କହିଛନ୍ତି ମାନସ। ତେବେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା।

ପ୍ରକାଶ ଯେ, ଗତକାଲି ମଧ୍ୟ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ଦେହାନ୍ତ ହୋଇଛି। ପଶ୍ଚିମଓଡ଼ିଶା  ପ୍ରତିଷ୍ଠିତ ସାମ୍ୱାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ଶୁକ୍ରବାର କରୋନାରେ ପରଲୋକ ଘଟିଛି। ସେ ଗତ କିିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।  ପଶ୍ଚିମ ଓଡ଼ିଶାରେ ଦୀର୍ଘବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ।

Leave A Reply

Your email address will not be published.