Odisha Link
Bridging the Missing Links in Odisha

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ଦେଶରେ କାୟା ମେଲାଇଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବହୁ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମାତା ଉଜ୍ଜ୍ୱଳ ଓ ଭଉଣୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୀପିକା ପାଦୁକୋନ ଓ ରଣବୀର ସିଂହ କିଛି ଦିନ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଦୁହେଁ ବେଙ୍ଗାଲୁରୁ ଯାଉଥିଲେ ନିଜ ପରିବାର ସହ କିଛି ସମୟ ବିତାଇବାକୁ।