Odisha Link
Bridging the Missing Links in Odisha

କାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଅଧା ଓଡ଼ିଶାରେ ଟିକାକରଣ ବନ୍ଦ ରହିବ। ଲକଡାଉନ୍ ସମୟରେ କୋଭିଡ୍ ଟିକାକରଣ ଜାରି ରହିବ। ହେଲେ ରାଜ୍ୟକୁ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର କୋଭିଡ୍ ଟିକା ଦେଉନାହିଁ। ଫଳରେ ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

ଭ୍ୟାକ୍ସିନ୍ ଅଭାବ କାରଣରୁ ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ,ଦେବଗଡ଼, ଗଂଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଂଗପୁର, ରାୟଗଡ଼ା ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଟିକାକରଣ ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ମୋଟ ୧୧୯ଟି କେନ୍ଦ୍ରରେ ୨୫ ହଜାର ୨୧୧ ଜଣଙ୍କୁ ଟିକା ଦିଆଯାଇଛି। ଏଯାବତ୍ ରାଜ୍ୟରେ ୫୯ ଲକ୍ଷ ୨୯ ହଜାର ୫୨୫ ଡୋଜ୍ ଟିକା ଦିଆଯାଇ ସାରିଲାଣି। ଏବେ ରାଜ୍ୟ ପାଖରେ କେନ୍ଦ୍ର କୋଟାରେ ୧ ଲକ୍ଷ ୯ ହଜାର ୫୭୦ ଡୋଜ୍ କୋଭିସିଲ୍ଡ ରହିଥିବା ବେଳେ ୩ ଲକ୍ଷ ୯ ହଜାର ୫୦ ଡୋଜ୍ କୋଭାକ୍ସିନ୍ ରହିଛି। ସେହିଭଳି ରାଜ୍ୟ କିଣିଥିବା କୋଭାକ୍ସିନ୍ ମଧ୍ୟରୁ ୧ ଲକ୍ଷ ୩୫ ହଜାର ୮୪୦ ଡୋଜ୍ ଥିବା ଜଣାପଡ଼ିଛି।

Leave A Reply

Your email address will not be published.