Odisha Link
Bridging the Missing Links in Odisha

ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। ଏଣିକି ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି।

୪୮ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରହିବେ। ଆନ୍ଧ୍ର, ତେଲେଙ୍ଗାନା ସୀମାନ୍ତ ସବୁ ରାସ୍ତାରେ ଚେକପୋଷ୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଛି।

କଟକଣା କଡ଼ାକଡ଼ି ପାଳନ ଲାଗି ୬ ସୀମାବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। ୬ ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର।

Leave A Reply

Your email address will not be published.