Odisha Link
Bridging the Missing Links in Odisha

ଭଦ୍ରକରେ ସଟ୍‌ଡାଉନ୍: ୯ଜଣଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଲା ପୋଲିସ୍

ଭଦ୍ରକ: ମହାମାରୀ କରୋନାକୁ ନଜରରେ ରଖି ଟୁଇନ୍‌ ସିଟି କଟକ, ଭୁବନେଶ୍ବର ସହିତ ଭଦ୍ରକ ସହରକୁ ମଧ୍ୟ ସଟ୍‌ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭଦ୍ରକ ସହରରେ ଶୁକ୍ରବାର ରାତି ୮ଟାରୁ ଲାଗୁ ହୋଇଛି ସଟ୍‌ ହାୁନ୍। ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ସଟଡାଉନ କରିଛି ଭଦ୍ରକ ଜିଲ୍ଲାପ୍ରଶାସନ। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ଔଷଧ ଦୋକାନ କେବଳ ଖୋଲା ରହିଛି। ରାସ୍ତାଘାଟ ପୁରା ଶୂନଶାନ ରହିଛି ।

ତେବେ ଭଦ୍ରକରେ ନିୟମ ନମାନି ବାହାରେ ବୁଲୁଥିବାରୁ ୯ଜଣ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ ସମସ୍ତଙ୍କୁ ୧୪ ଦିନିଆ କ୍ୱାରେନଟାଇନରେ ପଠାଇଦେଇଛି ଭଦ୍ରକ ପୋଲିସ୍ ।

Comments are closed.