Odisha Link
Bridging the Missing Links in Odisha

କରୋନା ମୁକାବିଲା: ବିଶୋଧନ ହେଉଛି ନୟାଗଡ଼ ସହର

ନୟାଗଡ଼: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସହର ଓ ବିଭିନ୍ନ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଉଛି। ଆଜି ନୟାଗଡ଼ ସହରରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା। ଆଜି ନୟାଗଡ଼ ସହରର ବିଭିନ୍ନ ସ୍ଥାନ, ମୁଖ୍ୟ ବାଜର ଓ ମୁଖ୍ୟ ରାସ୍ତା ଆଦିକୁ ଅଗ୍ନିଶମ କର୍ମଚାରୀମାନେ କେମିକାଲ ସ୍ପ୍ରେ କରି ବିଶୋଧିତ କରୁଥିବା ଜଣାଯାଇଛି। ଏହି ବିଶୋଧନ ପ୍ରକ୍ରିୟା ପ୍ରକ୍ରିୟା ଆଗାମୀ କିଛି ଦିନ ଯାଏଁ ଜାରି ରହିବ ବୋଲି ସୂଚନା ରହିଛି। ନୟାଗଡ଼ବାସୀ ଏହାକୁ ନେଇ ଆନନ୍ଦିତ ଥିବା ଜଣାଯାଇଛି।

ନୟାଗଡ଼ ଅଗ୍ନିଶମ ବିଭାଗ ମାଧ୍ୟମରେ ଏହା କରାଯାଉଛି। ପରବର୍ତ୍ତୀ ସମୟରେ ଉକ୍ତ ବିଭିନ୍ନ ବ୍ଲକ୍‌ ଓ ଗାଁ ଗୁଡ଼ିକରେ କରାଯିବ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ପ୍ରତିହତ ପାଇଁ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ ନିଆଯାଇଛି। ହାଇପୋ କ୍ଳୋରାଇଡ ଏବଂ ବ୍ଳିଚିଂ ପାଉଡର ମିଶ୍ରଣରେ ସମସ୍ତ ବିଲ୍ଡିଂ, ଯାତାୟତ କରୁଥିବା ଗାଡ଼ିମୋଟର ସହ ରାସ୍ତାଘାଟରେ ଏହାକୁ ସ୍ପ୍ରେ କରାଯାଇଛି।

Comments are closed.