Odisha Link
Bridging the Missing Links in Odisha

ଛତିଶଗଡ଼ରେ ଯାଆଁଳା ଛୁଆ କରୋନା-କୋଭିଡ୍

ରାୟପୁର: ସାରା ଦେଶରେ ଲକ୍‌ଡାଉନ୍‌ ବଳବତ୍ତର ଥିବା ବେଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି ଏକ ଦମ୍ପତି। ତେବେ ବର୍ତ୍ତମାନ କରୋନା ସଂକ୍ରମଣକୁ ସ୍ମୃତିରେ ରଖିବା ଲାଗି ଏହି ଦମ୍ପତି ନିଜର ସନ୍ତାନଙ୍କ ନାମ ‘କରୋନା’ ଓ ‘କୋଭିଡ୍’ ରଖିଛନ୍ତି।

ମାର୍ଚ୍ଚ ୨୬-୨୭ ରାତିରେ ଏହି ଦମ୍ପତି ଗୋଟିଏ କନ୍ୟା ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କନ୍ୟାର ନାମ କରୋନା ରଖିଥିବା ବେଳେ ସେମାନେ ନିଜ ପୁତ୍ରର ନାମ କୋଭିଡ୍‌ ରଖିଛନ୍ତି।

ଏଭଳି ନାମକରଣ ନେଇ ଦମ୍ପତି କହିଛନ୍ତି ଯେ, ବର୍ତ୍ତମାନ ଦେଶ ଦୁଃସ୍ଥିତି ସମୟରେ ଗତି କରୁଥିବା ବେଳେ ଆମେ ସନ୍ତାନ ସୁଖ ପାଇଛୁ। ଏ ଦୁଃସ୍ଥିତିକୁ ମନେରଖିବା ପାଇଁ ଆମେ ପିଲାଙ୍କର ନାମ ଏଭଳି ଦେଇଛୁ।

ପୂର୍ବରୁ ଉତ୍ତରପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଜନ୍ମିତ ଦୁଇ ସନ୍ତାନଙ୍କ ନାମ ‘କରୋନା’ ଓ ‘ଲକ୍‌ଡାଉନ୍’ ଦିଆ ଯାଇଥିଲା।

Comments are closed.