Odisha Link
Bridging the Missing Links in Odisha

କରୋନା ଟିକା ନେଲେ ମିଳିବ ମାଗଣା ବିୟର, ଜାଣନ୍ତୁ କେଉଁଠି…

ୱାଶିଂଟନ୍: କରୋନା ମହାମାରୀରେ ସାରା ବିଶ୍ବ ଜୁଝୁଥିବା ବେଳେ କରୋନାରୁ ରକ୍ଷା ପାଇବା ପାଇଁ ଟିକାକରଣ ଜୋରଦାର ଚାଲିଛି। ଏହାରି ମଧ୍ୟରେ କୋଭିଡ୍ ଟିକା ନେଲେ ମାଗଣା ବିୟର୍ ମିଳିବ କଥା ସାମ୍ନାକୁ ଆସିଛି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଶେଷକରି ଯୁବବର୍ଗଙ୍କୁ କୋଭିଡ୍ ଟିକା ନେବା ପାଇଁ ଆକୃଷ୍ଟ ପାଇଁ ଆମେରିକାର ନ୍ୟୁ ଜର୍ସି ରାଜ୍ୟର ରାଜ୍ୟପାଳ କୋଭିଡ୍ ଟିକା ନେଲେ ମାଗଣା ବିୟର୍ ମିଳିବ ବୋଲି ଘୋଷଣା କରିଛନ୍ତି।

ଯେଉଁମାନେ ମେ’ ମାସରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବେ, ସରକାର ତାଙ୍କୁ ମାଗଣାରେ ବିୟର ଦେବେ ବୋଲି ଘୋଷଣା କରିଛନ୍ତି। ତେବେ, ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କେବଳ ଏହି ସୁବିଧା ମିଳିବ ମେଲି କୁହାଯାଇଛି। ଚାହିଦାକୁ ରଖି ସରକାର ୧୩ ପ୍ରକାର ବିୟର୍ ଅଫର ଦେଇଛନ୍ତି। ମେ’ ରେ ପ୍ରଥମ ଡୋଜ୍ ଟିକା ନେବା ପରେ ଯୁବକ ନିଜ ମନ ପସନ୍ଦ କମ୍ପାନୀର ବିୟର ବାଛି ପାରିବେ।

ସୂଚନାଯୋଗ୍ୟ, ଆମେରିକା ବର୍ତ୍ତମାନ ସୁଦ୍ଧା ଜନସଂଖ୍ୟାର ୨୯ ପ୍ରତିଶତ ଟିକା ନେଇ ସାରିଛନ୍ତି। ବହୁ ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ୫ ଜଣରୁ ଜଣେ ଆମେରିକୀୟ ଟିକା ନେବାକୁ ମନା କରୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ ପାଇଁ ସରକାର ଟିକା ନେଲେ ବିୟର୍ ଦେବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.