Odisha Link
Bridging the Missing Links in Odisha

କରୋନା ପାଇଁ ବାତିଲ ହେଲା ୫ ଟ୍ରେନ୍

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ଟି ଟ୍ରେନକୁ ବାତିଲ୍‌ କରାଯାଇଛି। ପୂର୍ବତଟ ରେଳପଥ ୫ଟି ସ୍ବତନ୍ତ୍ର ଟ୍ରେନକୁ ବାତିଲ୍ କରିଛି। କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ଏହି ଟ୍ରେନ୍ ଗୁଡ଼ିକ ଟ୍ରେନ୍ ବାତିଲ କରାଯାଇଛି।

ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଓ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୫ ତାରିଖ ଠାରୁ ବାତିଲ ରହିବ। ସେହିପରି ଇନ୍ଦୋର-ପୁରୀ-ଇନ୍ଦୋର ସ୍ୱତନ୍ତ୍ର ଚଳିତ ମାସ ୬ ତାରିଖ ଠାରୁ ବାତିଲ ନେଇ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସାରା ମେ’ ୫ ତାରିଖ ଠାରୁ ୧୯ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏଥି ସହିତ ଶନିବାର ଓ ରବିବାର ସଟଡାଉନ ଜାରି ରହିବ।

Leave A Reply

Your email address will not be published.