Odisha Link
Bridging the Missing Links in Odisha

ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲା ଜେଇଇ-ମେନ ମେ ପରୀକ୍ଷା। ଏପ୍ରିଲ୍ ପରେ, ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଏନେଇ ନୋଟିସ ଜାରି କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏନଟିଏ କହିଛି ଯେ ଫେବୃଆରୀ ଏବଂ ମାର୍ଚ୍ଚରେ ଜେଇଇ-ମେନ ୨୦୨୧ ର ଦୁଇଟି ଅଧିବେଶନ ପରୀକ୍ଷା ହୋଇଯାଇଛି। ଏପ୍ରିଲ୍ ପରୀକ୍ଷା ୨୭, ୨୮ ଏବଂ ୩୦ ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ କୋଭିଡ -୧୯ କୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଇଥିଲା।ବର୍ତ୍ତମାନ ଜେଇଇ-ମେନ ମେ ୨୦୨୧ ର ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ୨୪ ରୁ ୨୮ ମେ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଯୋଗ୍ୟ, ଜେଇଇ-ମେନ ମେ ୨୦୨୧ ସେସନ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇନଥିଲା। ପରେ ପଞ୍ଜୀକରଣ ତାରିଖ ମଧ୍ୟ ଘୋଷଣା କରାଯିବ ବୋଲି ଏନଟିଏ କହିଛି। ଏନଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଉତ୍ତମ ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନେ ଅଧିକ ସମୟ ପାଇବେ। ଘରେ ଏନଟିଏ ଅଭ୍ୟାସ୍ ଆପ୍ ସହିତ ମକ୍ ଟେଷ୍ଟ ଅଭ୍ୟାସ କରନ୍ତୁ।