Odisha Link
Bridging the Missing Links in Odisha

ଆସନ୍ତା କାଲିଠୁ ମୋ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଅର୍ଥା୍ତ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମୋ ବସ୍ ମଧ୍ୟ ସାମୟିକ ଭାବରେ ବନ୍ଦ ରହିବ।

ଆସନ୍ତାକାଲି ଠାରୁ ଲକଡାଉନ୍ କାରଣରୁ ମୋ ବସ୍ ନିୟମିତ ଚଳାଚଳ କରିବ ନାହିଁ । କେବଳ ରେଳ ଷ୍ଟେସନ୍ ରୁ କଟକ ଏବଂ ଖୋର୍ଦ୍ଧାକୁ ଯିବା ଆସିବା କରିବ। ଏୟାରପୋର୍ଟରୁ ରେଳ ଷ୍ଟେସନ୍କୁ ସଟଲ୍ ସର୍ଭିସ୍ ଉପଲବ୍ଧ ହେବ। ଏନେଇ ମୋ ବସ୍ ବୋଲି କ୍ରୁଟ୍ ପକ୍ଷରୁ ସୁଚନା ଦିଆଯାଇଛି।

ସୁଚନାଯୋଗ୍ୟ, ଆସନ୍ତାକାଲି ଠାରୁ ରାଜ୍ୟରେ ଲକଡାଉନ୍‌ ଲାଗୁ ହେବ। ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା କିଣିବା ପାଇଁ ଲୋକେ ଗାଡି ବ୍ୟବହାର ନ ଚାଲିକି ଯିବେ। ଏଥିସହିତ ତେଜରାତି, ରାସନ ଆଦି ଦୋକାନ ଖୋଲା ରହିବ। ସବୁ ସ୍ଥାନରେ କୋଭିଡ୍ କଟକଣା ମାନି ଲୋକେ ଜିନିଷ କିଣାକିଣି କରିବେ। ଏହି ସମୟରେ ମେଡିକାଲ ସେବା, ମାଲ୍ ପରିବହନ, ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ।

Leave A Reply

Your email address will not be published.