ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’
ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’
ନୂଆଦିଲ୍ଲୀ: ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ପରେ ବାତ୍ୟାର ରୂପ ନେଇପାରେ। ଉତ୍ତର ଭାରତରେ ହେବାକୁ ଥିବା ବାତ୍ୟାର ନାମ ‘ଟଉକଟାଏ’ ଦେଇଛି ମିଆଁମାର। ଘୂର୍ଣ୍ଣିଝଡ଼ ସମ୍ଭାବନା ଥିବାରୁ ଆରବ ସାଗର ଅଶାନ୍ତ ରହିଛି।
ଭାରତୀୟ ପାଣିପାଗ ବିଭାଗ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ନେଇ ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଆଦି ୪ ରାଜ୍ୟକୁ ମେ ୧୬ ଯାଏ ଆଲର୍ଟ କରିଛି। ସୃଷ୍ଟି ହେବାକୁ ଥିବା ଲଘୁଚାପ ଉପରେ ବର୍ଷା ନିର୍ଭର କରେ। ଦକ୍ଷିଣପୂର୍ବ ଆରବ ସାଗରରେ ମେ’ ୧୪ ସକାଳେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଲାକ୍ଷାଦ୍ୱୀପ ଆଡ଼କୁ ଗତି କରିବ। ମେ’ ୧୬ ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ।
ଏହାର ପ୍ରଭାବରେ ମଙ୍ଗଳବାର ଠାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଉପକୂଳ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ପୂର୍ବ ଓ କେନ୍ଦ୍ରୀୟ ଆରବ ସାଗର ଅଶାନ୍ତ ରହିବ। ମେ ୧୫ରେ ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ଆକଳନ କରାଯାଇଛି।