Odisha Link
Bridging the Missing Links in Odisha

ଲକଡାଉନରେ କେଉଁ ଦୋକାନ ସବୁ ଖୋଲା ରହିବ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ମାସ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ତେବେ ଲକଡାଉନରେ କ’ଣ ଖୋଲା ଓ ଆଉ କ’ଣ ବନ୍ଦ ରହିବ ସେନେଇ ଘୋଷଣା କରାଯାଇଛି।

ଲକଡାଉନ ସମୟରେ ଦୈନିକ୪ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ପରିବା, ଗ୍ରୋସରୀ ଓ ଛାତ୍ରଛାତ୍ରୀଙ୍କ ପଢା ବହି ଦୋକାନ ଖୋଲା ରହିବ। ଇଲେକ୍ଟ୍ରି, ଇଲେକ୍ଟ୍ରୋନିକ ମରାମତି ଦୋକାନ ଖୋଲା ରହିବ। ଏସି, କୁଲର ଓ ୱାଟର ପୁ୍ୟରିଫାୟାର ମରାମତି ଦୋକାନ ଖୋଲା ରହିବ। କମ୍ପୁ୍ୟଟର ଓ ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲା ରହିବ। ସିମେଣ୍ଟ, ରଡ ଓ ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ।

କେବଳ କ୍ଷୀର ବିକିବାକୁ ଓମଫେଡ ଦୋକାନ ଖୋଲା ରହିବ। ଓମଫେଡ ଦୋକାନରେ ଚା ଓ କଫି ଆଦି ବିକ୍ରି କରାଯିବାକୁ ମନା କରାଯାଇଛି। ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୫ଟାରୁ ୮ ପର୍ଯ୍ୟନ୍ତ ଖବର କାଗଜ ବିତରଣ କରିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.