Odisha Link
Bridging the Missing Links in Odisha

ଏହି ୨ ରାଜ୍ୟରେ ପୁଣି ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି।

କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି। ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ ଲକଡାଉନ୍ ଆସନ୍ତା କାଲିଠାରୁ ପ୍ରତ୍ୟାହାର କରାଯିବ, କାରଣ ସେଠାରେ କରୋନା ସକ୍ରିୟ ମାମଲା ହ୍ରାସ ଘଟିଛି। କିନ୍ତୁ ମଲ୍ଲପୁରମରେ ଟ୍ରିପଲ ଲକଡାଉନ୍ ଜାରି ରହିବ। ରାଜ୍ୟର ବାକି ଅଞ୍ଚଳରେ ମେ’ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏନେଇ ସୂଚନା ଦେଇଛନ୍ତି।

ଅନ୍ୟପଟେ କର୍ଣ୍ଣାଟକରେ ଆଉ ୧୪ ଦିନ ବଢାଯାଇଛି ଲକଡାଉନ୍ ଅବଧି। ରାଜ୍ୟରେ ଜୁନ୍ ୭ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କହିଛନ୍ତି ଯେ, କରୋନାକୁ ନେଇ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା, ଯେଉଁଥିରେ ଲକଡାଉନ୍ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ମେ’ ୨୪ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଥିଲା। ବିଶେଷଜ୍ଞଙ୍କ ରାୟ ଅନୁସାରେ, ଆମେ ଜୁନ୍ ୭ ସକାଳ ୬ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ବଢାଇଛୁ।’ ସକାଳ ୬ଟାରୁ ୧୦ଟା ଭିତରେ କିଣିହେବ ଅତ୍ୟାବଶ୍ୟକ ସାମଗ୍ରୀ।

 

 

 

 

 

 

Leave A Reply

Your email address will not be published.