Odisha Link
Bridging the Missing Links in Odisha

ଦିନକରେ ୧୦,୯୩୯ ଆକ୍ରାନ୍ତ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ୧୦,୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୧୪,୩୮୦ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୭୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଥିବା ବେଳେ ୪୭୬୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬୧ଜଣ, ବରଗଡ଼ ଜିଲ୍ଲାରୁ ୩୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୫ଜଣ, ବୌଦ୍ଧ ଜିଲ୍ଲାରୁ ୩୮୫ଜଣ, କଟକ ଜିଲ୍ଲାରୁ ୯୨୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬୩ଜଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୧ଜଣ, ଯାଜପୁର ଜିଲ୍ଲାରୁ ୫୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୪ଜଣ, କନ୍ଧମାଳ ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮ଜମ, କୋରାପୁଟ ଜିଲ୍ଲାରୁ ୨୪୨ଜଣ, ମାଲକାନଗିରି ଜିଲ୍ଲରାୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୦୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୨୨୫ଜଣ, ନୂଆପଡ଼ା ଜିଲ୍ଲାରୁ ୬୪ଜଣ, ପୁରୀ ଜିଲ୍ଲାରୁ ୪୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୧୯ଜଣ, ସୋନପୁର ଜିଲ୍ଲାରୁ ୨୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୧୭ଜଣ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୧୦୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୦୧୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.