Odisha Link
Bridging the Missing Links in Odisha

ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ବର: ଆଉ ଶୁଭିବନି ଲୋକପ୍ରିୟ ସଂଳାପ ‘ଡୋଣ୍ଟ ଓ୍ବରି ମେକ୍‌ ମେରି ରିପିଟ୍‌ ହରି’। ଲୋକପ୍ରିୟ ଟେଲିଭିଜନ ପ୍ରବଚକ ଚାରଣ ରାମଦାସଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଥିଲେ। ହେଲେ ସୋମବାର ରାତି ପ୍ରାୟ ୧୦ ଟା ସମୟରେ ପୁରୀରରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ ପ୍ରବଚକ।

କରୋନାର ପ୍ରଭାବରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ହେଉଥିଲା । ଏଥି ସହିତ ଫୁସଫୁସ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା । ବିଶେଷ କରି ଟେଲିଭିଜନରେ ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ଏତେ ଚ୍ୟାନେଲ ନଥିବା ପୂର୍ବରୁ ମଧ୍ୟ ସେ ସିଡି ଡିଭିଡି ଯୋଗେ ଘରେ ଘରେ ପରିଚିତ ଥିଲେ। ‘ଡୋଣ୍ଟ ଓ୍ବରି ମେକ୍‌ ମେରି ରିପିଟ୍‌ ହରି’ ସଂଳାପ ପାଇଁ ପ୍ରସିଦ୍ଧ ଥିଲେ ସେ।

ତାଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ଜଣାଇଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଲୋକପ୍ରିୟ ଆଧ୍ୟାତ୍ମିକ ପ୍ରବକ୍ତା ଚାରଣ ରାମଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସ୍ୱର୍ଗତ ଦାସ ଲମ୍ବା ସମୟ ଧରି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ତଥା ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ନିଜର ଅନନ୍ୟ ପରିଚୟ ତିଆରି କରିପାରିଥିଲେ।ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି।

Leave A Reply

Your email address will not be published.