Odisha Link
Bridging the Missing Links in Odisha

ବଡ଼ ଖବର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ ଦିନକରେ ୪୨୩ ପଜିଟିଭ ଚିହ୍ନଟ

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୪୨୦ରେ ପହଞ୍ଚିଲା। ଅନ୍ୟପଟେ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ନେଇ ମନ୍ତବ୍ୟ ରଖିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହି ଭାରିଆଣ୍ଟ ଏକ ସ୍ବତନ୍ତ୍ର ଭାରିଆଣ୍ଟ। ଇଂରାଜୀରେ କୁହାଯାଇଛି ‘ଷ୍ଟାଣ୍ଡ ଆଲୋନ୍‌ ଭାରିଆଣ୍ଟ’। ଅର୍ଥାତ ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟଠାରୁ ଅଲଗା। ଏହାର ଦ୍ରୁତ ସଂକ୍ରମଣ କ୍ଷମତା ପାଇଁ ଏହାକୁ ସ୍ବତନ୍ତ୍ର କ୍ୟାଟେଗୋରିରେ ରଖାଯାଇଛି। ହୁ କହିଛି, ଏହି ଭାରିଆଣ୍ଟ ବହୁତ ବଡ଼ ବିପଦ ସୃଷ୍ଟି କରିପାରିବ ନାହିଁ। ଶୀତଦିନରେ ଏହା ଦ୍ରୁତ ସଂକ୍ରମଣ ଘଟାଇପାରେ।

Leave A Reply

Your email address will not be published.