Odisha Link
Bridging the Missing Links in Odisha

ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି ବୃଦ୍ଧି କରିଛନ୍ତି ଭାରତ ସରକାର। ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରିଛନ୍ତି।

ଅନ୍ୟପଟେ ନିୟମିତ ଯାତ୍ରୀବାହୀ ବିମାନ ଉପରେ ରୋକ ଲାଗିଥିବା ବେଳେ ବନ୍ଦେ ଭାରତ ମିଶନ ଓ ଟ୍ରାଭେଲ ବବଲ୍ସ ରହିଥିବା ଦେଶଗୁଡ଼ିକ ମଧ୍ୟରେ ବିମାନ ଚଳାଚଳ ଜାରି ରହିଛି। ଏଗୁଡ଼ିକ ଆଗକୁ ମଧ୍ୟ ଜାରି ରହିବ। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଥିଲେ। ଶୁକ୍ରବାର ଡିଜିସିଏ ଏହି କଟକଣା ଅବଧିକୁ ଜୁନ୍ ୩୦ ଯାଏ ବୃଦ୍ଧି କରିଛି। ଜୁନ୍‌ ୩୦ ରାତି ୧୧.୫୯ ଯାଏ ଏହି ନିୟମ ବଳବତ୍ତର ରହିବ।

Leave A Reply

Your email address will not be published.