Odisha Link
Bridging the Missing Links in Odisha

ଜୁନ୍‌ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ ମହଙ୍ଗା ହେବ ବିମାନ ଯାତ୍ରା। ଦେଶ ମଧ୍ୟସ୍ଥ ବିମାନ ଯାତ୍ରା ପାଇଁ ଥିବା ସର୍ବନିମ୍ନ ଦେୟ ୧୫% ମହଙ୍ଗା ହେବ ବୋଲି ଶୁକ୍ରବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କହିଛି। ଏହି ସଂଶୋଧିତ ଦେୟ ଜୁନ୍‌ ପହିଲା ଠାରୁ ଲାଗୁ ହେବ।

କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ସମୟରେ ଚାଲୁଥିବା ବିମାନର ଟିକେଟ ଦାମ ୧୩ ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।୪୦ ମିନିଟ୍ ଉଡାଣ କରୁଥିବା ଯାତ୍ରୀଙ୍କ ପାଇଁ ଟିକେଟର ଦାମ ୨୩ ଶହ ଟଙ୍କାରୁ ବୃଦ୍ଧି କରାଯାଇ ୨୬ ଶହ ଟଙ୍କା କରାଯାଇଛି। ସେହିଭଳି ୪୧ ରୁ ୬୦ ମିନିଟ ଉଡାଣ କରୁଥିବା ବିମାନର ଟିକେଟ ୨୯ ଶହ ଟଙ୍କାରୁ ୩୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଦେଶ ମଧ୍ୟରେ ଯାତାୟାତ କରୁଥିବା ବିମାନ ସର୍ବାଧିକ ୭,୮୦୦ ଟଙ୍କା ଶୁଳ୍ପ ଦାବି କରି ପାରିବେ।

ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ଯାତ୍ରୀମାନେ ବିମାନଯାତ୍ରା ପ୍ରତି ବିମୁଖ ହୋଇଥିବାରୁ ଭାରତରେ ଥିବା ଏୟାର୍‌ଲାଇନ୍‌ ସବୁ ବିପୁଳ କ୍ଷତି ସହୁଛନ୍ତି। କୋଭିଡ୍‌-୧୯ର ଦ୍ବିତୀୟ ପ୍ରବାହ ଯାତ୍ରୀବାହୀ ବିମାନ ଚଳାଉଥିବା କମ୍ପାନିମାନଙ୍କର ଅବସ୍ଥା ବିଗାଡ଼ି ଦେଇଛି। ଏହି ସଂକଟରୁ ମୁକୁଳିବା ପାଇଁ ପାଖା ପାଖି ୫ ଶହ ଅରବ ଡଲାର ନିବେଶର ଆବଶ୍ୟକତା ରହିଛି। ତେଣୁ ଟିକେଟର ଦାମ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.