Odisha Link
Bridging the Missing Links in Odisha

ଶସ୍ତା ହେଲା ବିମାନ ଯାତ୍ରା: ଟିକେଟର ମୂଲ୍ୟ ମାତ୍ର ୮୫୯ ଟଙ୍କା

ନୂଆଦିଲ୍ଲୀ : ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସର ଅଫର ଆଣିଛି। ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି। ଏହି ଅଫର ଜାନୁଆରୀ ୨୨ ତାରୁଖରୁ ଆରମ୍ଭ ହୋଇଛି। ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ।

ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ ହୋଇଥିବା ଟିକେଟରେ ପ୍ରସ୍ଥାନ ତାରିଖର ୩ ଦିନ ପୂର୍ବରୁ ଟିକେଟ୍ ବଦଳାଇଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନି। ସେଲ ସମୟରେ ଏପ୍ରିଲ ୧ ତାରିଖରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯାତ୍ରା କରିବାକୁଥିବା ବୁକ ହୋଇଥିବା ଟିକେଟରେ ୧୪ ଦିନ ପୂର୍ବରୁ ଟିକେଟ ବଦଳାଇଲେ କୌଣସି ଫି ଲାଗିବନି। ଗୋଏୟାର ୱେବସାଇଟକୁ ଯାଇ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ।

ସ୍ପାଇସଜେଟ ଓ ଇଣ୍ଡିଗୋ ଏୟାରଲାଇନ୍ସ ଭଳି ଅନ୍ୟ ଏୟାରଲାଇନ୍ସ ମଧ୍ୟ ଏହିଭଳି ଅଫର୍ ବ୍ୟବସ୍ଥା ରଖିଛନ୍ତି। ସ୍ପାଇସଜେଟ୍ ଓ ଇଣ୍ଡିଗୋ ନିଜର ସ୍ପେଶାଲ୍ ସେଲ୍ ତାରିଖ ଆଗକୁ ବଢ଼ାଇ ଦେଇଛନ୍ତି। କରୋନା ମହାମାରୀ ପରେ ଅଧିକାଂଶ ଏୟାରଲାଇନ୍ସ ଶସ୍ତା ଦରରେ ସେଲ୍ ମାଧ୍ୟମରେ ଟିକେଟ୍ ବିକ୍ରି କରୁଛନ୍ତି। ଅଧିକରୁ ଅଧିକ ଲୋକ କିଭଳି ବିମାନ ଯାତ୍ରାର ଆନନ୍ଦ ଉଠେଇପାରିବେ, ତାହା ହିଁ ଏୟାରଲାଇନ୍ସର ଉଦ୍ଦେଶ୍ୟ।

Comments are closed.