Odisha Link
Bridging the Missing Links in Odisha

ଭାରତ ଓ ଚୀନ୍ ମଧ୍ୟରେ ହେବେ ୯ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଏପର୍ଯ୍ୟନ୍ତ ହୋଇ ନାହିଁ । ୮ ଥର ହୋଇଥିବା କମାଣ୍ଡରସ୍ତରୀୟ ବୈଠକରେ କୌଣସି ସଫଳ ମିଳିନଥିଲା। ତେଣୁ ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଏହି ବୈଠକ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରତିନିଧୀମାନେ ସାମିଲ ହେବେ।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକ ଚୀନର ମୋଲଡୋର ଚୁସୁଲ ସେକ୍ଟର ସମ୍ମୁଖରେ ହେବ। ନଭେମ୍ବର ୬ରେ ଉଭୟ ପକ୍ଷର ଶେଷ ସାମରିକ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ କୌଣସି ସମାଧାନର ବାଟ ନମିଳିବାରୁ ଆସନ୍ତାକାଲି ପୁଣି ଥରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ କରିବାକୁ ଚେଷ୍ଟା କରାଯିବ।

Comments are closed.