Odisha Link
Bridging the Missing Links in Odisha

ଛୁଆକୁ ଧରି ଟ୍ରେନ ଆଗରେ ଆତ୍ମହତ୍ୟା କଲା ମାଆ

ଜଳେଶ୍ୱର: ଛୁଆକୁ ଧରି  ଟ୍ରେନ ଆଗରେ ଆତ୍ମହତ୍ୟା କଲା ମାଆ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳଷ୍ଟେସନ ନିକଟରେ।  ଶିଶୁପୁତ୍ର ସହ ଟ୍ରେନ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି।

ମହିଳାଙ୍କ ଆତ୍ମହତ୍ୟା ନେଇ ଖବରପାଇବା ପରେ ଜିଆରପି ୩ ବର୍ଷର ଶିଶୁପୁତ୍ର ଓ ମାଆର ମୃତଦେହ ଉଦ୍ଧାର କରି ତନାଘନା ଆରମ୍ଭ କରିଛି।  ତେବେ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବା ବେଳେ ମୃତକ ନିକଟସ୍ଥ ଦୁଧହଂସା ଗ୍ରାମର ବୋଲି ଜଣାଯାଇଛି।

Leave A Reply

Your email address will not be published.