ଇନ୍ଦ୍ରମଣି ତ୍ରିପାଠୀ ହେଲେ ନୂଆ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଆଜି ଅଦଳବଦଳ ହୋଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଏହି ବଦଳି ହୋଇଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ କରି ନିର୍ଦେଶକ ଦାୟିତ୍ୱ ନେବାର ୫ ଘଣ୍ଟା ଭିତରେ ବଦଳିଛି। ସୋମବାର ସନ୍ଧ୍ୟାରେ ବିଭାଗୀୟ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀଙ୍କୁ ସମ୍ପୃକ୍ତ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। କାରଣ ଏହି ପଦବୀରେ ଥିବା କୃପାସିନ୍ଧୁ ମିଶ୍ର ଅବସର ଗ୍ରହଣ କରିଥିଲେ।
ଶ୍ରୀ ସେଠୀ ମଙ୍ଗଳବାର ପୂର୍ବାହ୍ନ୧୧ ସୁଦ୍ଧା ନୂତନ କାର୍ଯ୍ୟରେ ଯୋଗ ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ମିଳିଛି।