Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ପାଖେଇ ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏଥିପାଇଁ ପୁରୀ ଖଳାରେ ପହଞ୍ଚିଛି ରଥ ଦଉଡ଼ି। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି ୨୦ଟି ଦଉଡି। ପୁରୀରେ ୧୪ଟି ରଥ ଦଉଡି ଓ ୬ଟି କର୍ଡନ ଦଉଡି ପହଞ୍ଚିଥିବା ଜଣାପଡିଛି। ରାଜ୍ୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ ହୋଇଥିବା ବେଳେ ୧୦୦ ମିଟର ଲମ୍ବା ଘେର ଦଉଡିଗୁଡିକୁ ବିଭିନ୍ନ ରଙ୍ଗରେ ରଙ୍ଗିତ କରାଯାଇଛି।

ଅନ୍ୟପଟେ କୋଭିଡ ସଂକ୍ରମଣ ମୁକ୍ତ ହୋଇଛି ପୁରୀର ରଥଖଳା। ରଥଖଳାରେ ବାୟୋ ବବଲ ବ୍ୟବସ୍ଥା ସଫଳ ହୋଇଛି। ରଥଖଳାରେ ଯୋଗଦେଇଛନ୍ତି ୧୮୩ ରଥ ନିର୍ମାଣ ସେବକ। ବର୍ତ୍ତମାନ ସୁଦ୍ଧା ୩ଟି ରଥର ୪୨ରୁ ଚକରୁ ୧୮ଟିର ନିର୍ମାଣ କାର୍ଯ୍ୟ ସରିଛି । ଆଉ ବାକି ଚକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

Leave A Reply

Your email address will not be published.