Odisha Link
Bridging the Missing Links in Odisha

ଭ୍ୟାକସିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାଟି ନିଜ ଫଟୋ ଲଗାଇଲେ ମମତା

କୋଲକାତା: ମୋଦି ଓ ଦିଦିଙ୍କ ବିବାଦ ଥମିବାର ନାଁ ନେଉନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମମତା ଭ୍ୟାକସିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାଟି ତାଙ୍କ ଫଟୋ ରଖିଛନ୍ତି।

ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ଏଣିକି ଟିକା ନେଉଥିବା ଲୋକମାନେ ମମତାଙ୍କ ଫଟୋ ଥିବା ସାର୍ଟିଫିକେଟ ପାଇବେ। ମମତାଙ୍କ ଫଟୋ ଥିବା ସାର୍ଟିଫିକେଟ ୧୮ରୁ ୪୪ ବର୍ଷର ଲୋକଙ୍କୁ ଦିଆଯିବ।

ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଟିଏମସି ଟିକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲା। କୋଭିଡ -୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଥିଲା।

Leave A Reply

Your email address will not be published.