Odisha Link
Bridging the Missing Links in Odisha

ସାବିତ୍ରୀରେ ସ୍ତ୍ରୀର ଆକ୍ରମଣରେ ସ୍ବାମୀ ଗୁରୁତର

ସ୍ବାମୀଙ୍କ ମୁଣ୍ଡକୁ ଇଟାରେ ଛେଚିଲା ସ୍ତ୍ରୀ

ବଡବିଲ: ସାବିତ୍ରୀରେ ସ୍ବାମୀକୁ ଆକ୍ରମଣ କଲା ସ୍ତ୍ରୀ। ସ୍ତ୍ରୀର ଆକ୍ରମଣରେ ସ୍ବାମୀ ଗୁରୁତର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମେଡିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଝାଡଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାଯୋଗ୍ୟ, ଝାଡଗାଁର ମୋଟୁ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। କୌଣସି କାରଣରୁ ସ୍ତ୍ରୀ ଦ୍ରୌପଦୀ, ସ୍ବାମୀ ମୋଟୁଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିବା ସୂଚନା ମିଳିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମୋଟୁଙ୍କୁ ବଡବିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.