Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି। କରୋନା ସୟମରେ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଏହାରି ମଧ୍ୟରେ ଆଜି ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ବରରେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇ ୯୬.୬୬ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ୩୧ ପଇସା ବୃଦ୍ଧିପାଇ ୯୪.୫୯ରେ ପହଞ୍ଚିଛି। ଗତକାଲି ଅର୍ଥାତ ଗୁରୁବାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୬.୩୬ ଟଙ୍କା ଏବଂ ଡିଜେଲ ୯୪.୨୮ ଟଙ୍କା ପ୍ରତି ଲିଟର ଥିଲା।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଶହେ ଟଙ୍କା ପାର କରିଛି। ପେଟ୍ରୋଲ ୧୦୧.୦୪ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି ୯୪.୧୫ ଟଙ୍କା। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୨୮ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ୯୫.୮୫ ଟଙ୍କା ଏବଂ ଡିଜେଲ ୮୬.୭୫ ଟଙ୍କା ରହିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଲଦାଖ ସମେତ ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପେଟ୍ରୋଲ ଦର ଐତିହାସିକ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।