Odisha Link
Bridging the Missing Links in Odisha

ବିଶ୍ବର ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା ସ୍ଥାନିତ

ବ୍ଲୁମ୍‌ବର୍ଗ ଗ୍ଲୋବାଲ୍‌ ମେୟର୍ସ ଚ୍ୟାଲେଞ୍ଜ‌ ଫାଇନାଲ୍‌ରେ ଭାରତର ୨ ସହର

ରାଉରକେଲା: ବିଶ୍ବର ଶ୍ରେଷ୍ଠ ୫୦ ସହର ମଧ୍ୟରେ ଓଡ଼ିଶାର ରାଉରକେଲା ସ୍ଥାନିତ। ‘ବ୍ଲୁମ୍‌ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହରକୁ ମିଳିଛି ଏହି ସଫଳତା। ପ୍ରତିଯୋଗିତାର ଫାଇନାଲ୍‌କୁ ଯାଇଥିବା ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି ସ୍ମାର୍ଟ ସିଟି ରାଉରକେଲା।

ଖାଦ୍ୟ ବର୍ଜ୍ୟବସ୍ତୁ ହ୍ରାସ କରିବା ପାଇଁ ସୌର ଚାଳିତ ଶୀତଳ ଭଣ୍ଡାରକୁ ସମର୍ଥନ କରିବା ପାଇଁ ବ୍ଲୁମବର୍ଗ ଚାଣକ୍ୟ ଶ୍ରେଷ୍ଠ 50 ସହର ମଧ୍ୟରେ ରାଉରକେଲା ନାମିତ କରିଥିଲେ। ଦୃଷ୍ଟିକୋଣ, ପ୍ରଭାବରୁ ସମ୍ଭାବ୍ୟତା, ସମ୍ଭାବ୍ୟତା ଏବଂ ସ୍ଥାନାନ୍ତର ଯୋଗ୍ୟତା ମାନଦଣ୍ଡ ଉପରେ ଆଧାର କରି ୨୯ ଟି ଦେଶର ୫୦ ଟି ସହର ଚୟନ କରାଯାଇଛି।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର, ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ, ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା।

ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲକୁ ଯାଇଛନ୍ତି। ମହାରାଷ୍ଟ୍ରର ପୁଣେ ମଧ୍ୟ ଏହି ତାଲିକାରେ ମାତ୍ର ସ୍ଥାନ ପାଇଛି।

Leave A Reply

Your email address will not be published.