ଦେଶରେ ରହିବା ଅନୁକୂଳ ତାଲିକାରେ ଦିଲ୍ଲୀ ଓ ମୁମ୍ବାଇକୁ ପଛରେ ପକାଇଲା ଭୁବନେଶ୍ୱର

ଭୁବନେଶ୍ୱର: ଦେଶରେ ରହିବା ପାଇଁ ସବୁଠୁ ଅନୁକୂଳ ତାଲିକାରେ ସ୍ଥାନ ପାଇଛି ରାଜଧାନୀ ଭୁବନେଶ୍ୱର। ରହିବା ପାଇଁ ସବୁଠାରୁ ଅନୁକୂଳ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର। ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି।
ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାୟର୍ନମେଂଟ –ସିଏସଇ ପକ୍ଷରୁ କରାଯାଇଥିବା ସର୍ଭେରେ ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି।
ଜାତୀୟ ସ୍ତରରେ ଭୁବନେଶ୍ୱରର ପରିବେଶ ସଭିଙ୍କୁ ଆକୃଷ୍ଟ କରୁଥିବାବେଳେ ଏହା ସବୁଠାରୁ ଅନୂକୁଳ ସ୍ଥାନ ପାଲଟିଛି। ସେପଟେ ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି୍ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମଗ୍ର ଦେଶରେ ଭୁବନେଶ୍ୱର ଅନୱୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି।