ଅନ୍ଲାଇନ୍ କ୍ଳାସ୍ ସମୟରେ ଫାଟିଲା ମୋବାଇଲ

ଫୁଲବାଣୀ: ଅନଲାଇନ୍ କ୍ଲାସ୍ ସମୟରେ ଫାଟିଲା ମୋବାଇଲ। ଏହି ଦୁର୍ଘଟଣାରେ ଛାତ୍ର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଜିଲ୍ଲାରେ।
ସୂଚନା ମୁତାବକ, ସାତ୍ତ୍ୱିକ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। ସବୁଦିନ ଭଳି ଆଜି ବି ଅନଲାଇନରେ ପଢୁଥିଲେ। କ୍ଲାସ୍ ସାରି ହୋମ୍ ୱାର୍କ ଆରମ୍ଭ କରିବା ବେଳକୁ ମୋବାଇଲ ଫାଟିଗଲା। ଅଲ୍ପକେ ବଞ୍ଚିଗଲା ସାତ୍ତ୍ୱିକଙ୍କ ଜୀବନ। ମୋବାଇଲ ଫାଟିବା ଶଦ୍ଧ ଶୁଣି ଘର ଲୋକେ ଦୈଡ଼ି ଆସିଥିଲେ।
କୋରାନା ମହାମାରୀ ଯୋଗୁଁ ଏବେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଠ ପଢୁଛନ୍ତି। ତେବେ ପଢା ବେଳେ ମୋବାଇଲ ଫାଟିବା ଘଟଣା ମନରେ ଭୟ ସୃଷ୍ଟି କରୁଛି।