Odisha Link
Bridging the Missing Links in Odisha

ସାବଧାନ: ଫେରିଲା ଜୋକର ମାଲଓ୍ବେର, ତୁରନ୍ତ ଡିଲିଟ କରନ୍ତୁ ଏହି ୮ ଆପ୍

ନୂଆଦିଲ୍ଲୀ: ପୁଣି ଆସିଲା ଜୋକର ମାଲଓ୍ବେର। କ୍ବିକ୍‌ ହିଲ ସିକ୍ୟୁରିଟି ଲ୍ୟାବର ଅନୁସନ୍ଧାନକାରୀ ଦଳ ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ୮ଟି ଆପ୍ସ ଠାବ କରିଛନ୍ତି। ଯେଉଁଥିରେ ଜୋକର ମାଲଓ୍ବେର ଥିବା ଚିହ୍ନଟ ହୋଇଛି।

ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ, ଯଦି ଆପଣଙ୍କ ଫୋନରେ ଏଭଳି ଆପ୍‌ ରହିଛି ତେବେ ତାକୁ ତୁରନ୍ତ ଡିଲିଟ କରନ୍ତୁ।ବହୁତ ଖତରନାକ ମାଲଓ୍ବେର ମଧ୍ୟରୁ ଜୋକର ଅନ୍ୟତମ। ଯାହା ସର୍ବଦା ଆଣ୍ଡ୍ରଏଡ ଡିଭାଇସକୁ ଟାର୍ଗେଟ କରିଥାଏ। ଜୋକର ମାଲଓ୍ବେର ଏଭଳି ଏକ ଭାଇରସ୍‌ ଯାହା କିଛି ମାସ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋରକୁ ପ୍ରତ୍ୟବର୍ତ୍ତନ କରିବାରେ ସଫଳ ହୋଇଛି।

ଅନୁସନ୍ଧାନକାରୀ ଦଳ ଆହୁରି କହିଛନ୍ତି ଯେ, ଜୋକର ମାଲଓ୍ବେର ଆଣ୍ଡ୍ରଏଡ ୟୁଜରଙ୍କ ଡାଟା ଚୋରି କରିଥାଏ। ଏସଏମଏସ, କଣ୍ଟାକ୍ଟ ଲିଷ୍ଟ, ଡିଭାଇସ୍‌ ଡିଟେଲ, ଓଟିପି ଭଳି ତଥ୍ୟସବୁ ଚୋରି କରିଥାଏ ବୋଲି କହିଛନ୍ତି। ଅନ୍ୟପଟେ ଯେଉଁ ୮ଟି ଆପରେ ଏହି ବିପଦଜନକ ମାଲଓ୍ବେର ଠାବ ହୋଇଛି ଗୁଗୁଲ ପ୍ଲେ ଷ୍ଟୋର ଡିଲିଟ କରି ଦେଇଛି। ଯଦି କୌଣସି ୟୁଜର ନିମ୍ନ ଲିଖିତ ଆପ୍‌ ଗୁଡ଼ିକୁ ଡାଉନଲୋଡ କରିଛନ୍ତି ତେବେ ତୁରନ୍ତ ଡିଲିଟ କରିବାକୁ ଅନୁସନ୍ଧାନକାରୀ ଟିମ୍‌ ପରାମର୍ଶ ଦେଇଛନ୍ତି।

୮ଟି ଆପ୍: Auxiliary Message, Fast Magic SMS, Free CamScanner, Super Message, Element Scanner, Go Messages, Travel Wallpapers, Super SMS।

Leave A Reply

Your email address will not be published.