Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦାୟିତ୍ବ ନେବେ ଅଧ୍ୟାପକ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଶେଷ ହେଲା ୟୁଜି/ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ବୈଠକ ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ କିଭଳି ପରୀକ୍ଷା ଦେବେ ସେ ଦାୟିତ୍ୱ ଅଧ୍ୟାପକଙ୍କୁ ନ୍ୟସ୍ତ କରାଯାଇଛି। ପିଲାମାନଙ୍କ ମେଣ୍ଟର ଦାୟିତ୍ୱ ଅଧ୍ୟାପକ ମାନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରୀ ଅରୁଣ ସାହୁ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ କିଭଳି ପରୀକ୍ଷା ଦେବେ ଅଧ୍ୟାପକ ଦାୟିତ୍ୱ ନେବେ। ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଖ୍ୟା ଦେଖି ଏହା ସ୍ଥିର ହେବ। ପ୍ରତି ଅଧ୍ୟାପକଙ୍କ ହାତରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲାଙ୍କ ଦାୟିତ୍ବ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଜୁଲାଇ-ଅଗଷ୍ଟ ମାସ ସୁଦ୍ଧା ଅନଲାଇନ ମୋଡ଼ରେ ହେବ ୟୁଜି ପିଜି ପରୀକ୍ଷା। ବ୍ୟାକ୍ ପେପର ପାଇଁ ମଧ୍ୟ ଅନଲାଇନ ମୋଡ଼ରେ କରାଯିବ ପରୀକ୍ଷା ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.