Odisha Link
Bridging the Missing Links in Odisha

ଟିକା ନ ନେଇ ଖାଲି ଛୁଞ୍ଚି ଫୋଡ଼ିଲେ ନର୍ସ

ବିହାର: ମହାମାରୀ କରୋନାକୁ ମାତ୍‌ ଦେବାକୁ ଦେଶରେ ଟିକାକରଣ ଅଭିଯାନ ଜୋରସୋର ଚାଲିଛି। ଏହାରି ମଧ୍ୟରେ ଜଣେ ନର୍ସ ସିରିଞ୍ଜରେ ଟିକା ଭର୍ତ୍ତି ନକରି ଯୁବକଙ୍କୁ ଇଞ୍ଜେକସନ ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସୁଛି। ବିହାରର ଛପରାରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ବିହାରର ଛପରା ବଡ଼ା ଇମାନବାଡା ଅଞ୍ଚଳର ୱାର୍ଡ ନମ୍ବର ୧ରେ ଟିକା ଦେବା ଅଭିଯାନ ଚାଲିଥିଲା। ଲୋକମାନେ ବି ଟିକା ନେବାକୁ ଟିକାକରଣ କେନ୍ଦ୍ରକୁ ଆସିବା ସହ କେହିକେହି ଟିକା ନେବା ସମୟରେ ଫଟୋ ଉଠାଉଥିଲେ ତ କେହି ଭିଡିଓ କରୁଥିଲେ। ଏହି କ୍ରମରେ ଜଣେ ଯୁବକ ବି ଟିକା ନେବାକୁ ପହଞ୍ଚିଥିଲେ। ସେ ଟିକା ନେଉଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଏହାର ଭିଡିଓ କରିଥିଲେ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ନର୍ସ ଜଣକ ଏତେ ଅନ୍ୟମନସ୍କ ଥିଲେ ଯେ, ଯୁବକଙ୍କୁ ଖାଲି ଛୁଞ୍ଚି ଫୋଡ଼ି ଦେଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରିଛନ୍ତି। ଏହାର ଉତ୍ତର ୪୮ଘଣ୍ଟା ମଧ୍ୟରେ ଚନ୍ଦ୍ର କୁମାରୀଙ୍କୁ ଦେବାକୁ କୁହାଯାଇଛି। ଭିଡିଓ ଦେଖି ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି।

Leave A Reply

Your email address will not be published.