Odisha Link
Bridging the Missing Links in Odisha

ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ ୨୦୨୦: ବିଏମ୍‌ସିକୁ ମିଳିଲା ଦୁଇଟି ପୁରସ୍କାର

ଭୁବନେଶ୍ୱର: ସ୍ମାର୍ଟ ସିଟି କଣ୍ଟେଷ୍ଟରେ ଭୁବନେଶ୍ୱରକୁ ମିଳିଛି ସଫଳତା। ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ ୨୦୨୦ରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍(ବିଏମ୍‌ସି)କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ସାଧାରଣ ନାଗରିକ ସେବା ପୋର୍ଟାଲକୁ ପୁରସ୍କୃତ କରାଯାଇଥିଲା।

ପୋର୍ଟାଲକୁ ସାମାଜିକ ବିଷୟବସ୍ତୁ ଓ ସରକାରୀ ସୁପରିଚାଳନା କ୍ଷେତ୍ରରେ ପୁରସ୍କୃତ କରାଯାଇଛି। ସାମାଜିକ ବିଷୟବସ୍ତୁ ବର୍ଗରେ ବିଏମ୍‌ସିର ଏହି ପୋର୍ଟାଲଟି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସରକାରୀ ସୁପରିଚାଳନା କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରିଛି। ବିଏମ୍ସିକୁ ଏହି ପୁରସ୍କାର ମିଳିବା ପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ସଞ୍ଜୟ କୁମାର ସିଂ ଖୁସି ଜାହିର କରିଛନ୍ତି।

ନୂତନ ଯୋଜନା ଏବଂ ଉଦ୍ଭାବନ ପାଇଁ ବିଏମ୍ସି ଭୁବନେଶ୍ୱର ପୁରସ୍କୃତ ହୋଇଥିବା ବେଳେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ସିଂ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.