Odisha Link
Bridging the Missing Links in Odisha

ୟୁଟ୍ୟୁବର୍ସଙ୍କ ଉପରେ ଆରୋପ ଲଗାଇଲେ ବାବା କା ଢାବା ମାଲିକ, କହିଲେ…

ନୂଆଦିଲ୍ଲୀ: ସୋଶିଆଲ୍‌ ମିଡିଆ ଜରିଆରେ ଚର୍ଚ୍ଚାକୁ ଆସି ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଥଲେ। ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସେ ଏବେ ଘରକୁ ଫେରିଛନ୍ତି। ବାବା ଘରକୁ ଫେରିବା ପରେ ପୁଲିସକୁ ନିଜ ବୟାନ ଦେଇଛନ୍ତି। ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସକୁ କହିଛନ୍ତି।

ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ପାଖରେ ନିଜର ବୟାନ ରେକର୍ଡ କରି କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି ଯେ, ଅନେକ ୟୁଟ୍ୟୁବର୍ ତାଙ୍କୁ ଗୌରଭ ଭାସନଙ୍କୁ କ୍ଷମା ମାଗିବାକୁ ଚାପ ପକାଇଥିଲେ ଏବଂ ଏହା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଏଫ୍ଆଇଆର୍ ରୁଜ୍ଜୁ ହୋଇ ନାହିଁ। ପୋଲିସ ବର୍ତ୍ତମାନ ୟୁଟ୍ୟୁବର୍ସଙ୍କ ଯାଞ୍ଚ କରୁଛି ଯେଉଁମାନେ କାନ୍ତା ପ୍ରସାଦଙ୍କୁ କଲ କରିଥିଲେ।

ଡିସିପି ଅତୁଲ କୁମାର ଠାକୁର କହିଛନ୍ତି ଯେ, ୮୧ ବର୍ଷିୟ କାନ୍ତା ପ୍ରସାଦଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଘରକୁ ଫେରିଛନ୍ତି। ଗତ ସପ୍ତାହରେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଥମେ ସେ ଭେଣ୍ଟିଲେଟରରେ ଥିଲେ ଏବଂ ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ଗୁରୁବାର ଦିନ କାନ୍ତା ପ୍ରସାଦଙ୍କ ବୟାନ ରେକର୍ଡ କରାଯାଇଛି ଯେଉଁଥିରେ ସେ ଦାବି କରିଛନ୍ତି ଯେ ଅନେକ ୟୁଟ୍ୟୁବର୍ ତାଙ୍କୁ ଗୌରଭ ଭାସାନଙ୍କୁ କ୍ଷମା ମାଗିବାକୁ ଚାପ ପକାଇଥିଲେ। ଏହାପୂର୍ବରୁ କାନ୍ତା ପ୍ରସାଦଙ୍କ ପୁଅ କରଣ ମଧ୍ୟ ପୁଲିସକୁ କହିଥିଲେ ଯେ ତାଙ୍କ ପିତା ମଦ୍ୟପାନ କରିବା ପରେ ନିଦ ବଟିକା ଖାଇଦେଇଥିଲେ। ବ୍ୟବସାୟକୁ ନେଇ ଗତ କିଛି ଦିନ ହେଲା ସେ ଚିନ୍ତିତ ଥିଲେ ବୋଲି ତାଙ୍କ ପତ୍ନୀ କହିଥିଲେ।

Leave A Reply

Your email address will not be published.