Odisha Link
Bridging the Missing Links in Odisha

ଶିଶୁପାଳ ହୋଇ ଫେରିଲା ବର: ସପ୍ତମ ଫେରା ନେବାକୁ ମନା କଲା କନ୍ୟା, କହିଲା…

ଉତ୍ତରପ୍ରଦେଶ: ସପ୍ତମ ଫେରା ନେବାକୁ ମନା କଲା କନ୍ୟା। ଫଳରେ ଶିଶୁପାଳ ହୋଇ ଫେରିଲା ବର। ଏଭଳି ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନସୀର ମୁଢାରୀ ଗାଁରେ। ବରଯାତ୍ରୀ ଧରି ବର କନ୍ୟାଘରକୁ ଆସିଥିଲା। ବର-କନିଆ ପରସ୍ପରକୁ ଜୟମାଳା ପିନ୍ଧାଇଥିଲେ। ବର-ବଧୂ ସହ ଫଟୋ ଉଠାଇବା ସହ ଖୁସିରେ ସମସ୍ତେ ଭୋଜି ବି ଖାଇଥିଲେ।

ପରେ ବାହାଘର ଧୁମଧାମରେ ଚାଲିଥିଲା। ବେଦୀ ଉପରେ ଛଅ ଫେରା ନେଇ ସାରିଥିଲେ ବର-କନ୍ୟା। ଆଉ ଗୋଟେ ଫେରା ପରେ ସାତ ଜନ୍ମର ସାଥୀ ହୋଇଥାନ୍ତେ ଉଭୟ। ହେଲେ ହଠାତ୍ ସପ୍ତମ ଫେରା ନେବାକୁ ମନା କରିଦେଲା କନ୍ୟା। ଲୁଗାର ଗଣ୍ଠି ଖୋଲି ନିଜ ରୁମକୁ ଚାଲିଯାଇଥିଲା। ଯିଏ ଯେତେ ବୁଝାଇଥିଲେ କାହା କଥା ଶୁଣିନଥିଲା କନ୍ୟା। ବାରମ୍ବାର କାରଣ ପଚାରିବାରୁ ପରେ କନ୍ୟା କହିଥିଲେ ଯେ, ତାକୁ ବର ପସନ୍ଦ ହେଉନି, ତେଣୁ ବିବାହ କରିବେନି।

ବାହା ହେବାକୁ ଝିଅ ମନା କରିଦେବା ପରେ ଗାଁରେ ଅଧରାତିରେ ପଞ୍ଚାୟତ ବସିଥିଲା। ତେବେ ଝିଅ ଅରାଜି ଥିବାରୁ ବନ୍ଦ ହୋଇଥିଲା ବାହାଘର। ଏହାପରେ ଖାଲି ହାତରେ ବର ଘରକୁ ଫେରିଯାଇଥିଲା।