Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ପାଇଁ ବିସିସିଆଇର ଯୋଜନା

ମୁମ୍ବାଇ: ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ ନେଇ ବିସିସିଆଇର ଯୋଜନା। ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ବିପଦ ଟଳିନଥିବାରୁ ବିସିସିଆଇ ଏପରି ଯୋଜନା କରୁଛି। ଟି୨୦ ବିଶ୍ବକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା ସଂକେତ ଦେଇଛନ୍ତି।

ସେ କହିଛନ୍ତି ଯେ, ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ସେପ୍ଟେମ୍ବର ଅକ୍ଟୋବର ବେଳକୁ ୩ୟ ଲହର ଆସିବାର ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ୟୁଏଇରେ ବିଶ୍ବକପ ଆୟୋଜନ ପାଇଁ ବିଚାର କରାଯାଉଛି ଓ ଖୁବ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଖେଳାଳିମାନଙ୍କର ସ୍ବାସ୍ଥ୍ୟ ଓ ନିରାପତ୍ତା ଉପରେ ପ୍ରାଥମିକତା ଦିଆଯାଉଛି।

ସୂଚନାଯୋଗ୍ୟ, ଆଇପିଏଲର ଅବଶିଷ୍ଠ ମ୍ୟାଚ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛି। ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ ଖେଳାଯିବ। ସେହିପରି ଅକ୍ଟୋବର ୧୫ ତାରିଖରେ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ ଖେଳାଯିବ।

Leave A Reply

Your email address will not be published.