Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦ ମାମଲା: ବାହାରିଲାନି ବାଟ, ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାର ବାହାରିଲାନି ନିଷ୍କର୍ଷ। ଅଗଷ୍ଟ ୧୪ ତାରିଖକୁ ଏହି ମାମଲାର ଶୁଣାଣି ଘୁଞ୍ଚିଲା। ଶୁଣାଣି ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିକୁ ୨ ରାଜ୍ୟକୁ ମାଗିଥିବା ସମସ୍ତ ତଥ୍ୟକୁ ଦାଖଲ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛତିଶଗଡ ଓ ଓଡ଼ିଶାକୁ ମାଗିଥିବା ତଥ୍ୟ ଦାଖଲ କରିଛି ଓଡ଼ିଶା।

କରୋନା ପାଇଁ ଗତ ଅପ୍ରେଲ ୧୦ ଓ ମେ’ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଶୁଣାଣି ପୂର୍ବରୁ ଗତ ୨୪ ରେ ଛତିଶଗଡ ସରକାରଙ୍କ ପକ୍ଷରୁ ପୁଣି ଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡାଯାଇଥିଲା। ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଆପୋଷ ବୁଝାମଣା ଏବେ ବି ଜାରି ରହିଛି।

୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତି ମଧ୍ୟରେ କମନ୍ ଇନଫରମେଶନ ଫର୍ମାଟକୁ ମୂଳ ମାମଲାରେ ଚୂଡାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି।

Leave A Reply

Your email address will not be published.