Odisha Link
Bridging the Missing Links in Odisha

ଯୁକ୍ତ ୨ ନାମଲେଖା ପାଇଁ ସିଟ୍‌ ସମସ୍ୟା ହେବନି: ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷା ଫଳ। ଯାହା ରେକର୍ଡ ସୃଷ୍ଟି କରିଛି। ଚଳିତବର୍ଷ ରାଜ୍ୟରେ ମାଟ୍ରିକ୍‌ ପାସ୍‌ ହାର ସର୍ବାଧିକ ୯୭.୮୯ ପ୍ରତିଶତ ରହିଛି। ହେଲେ ଯେତେ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ସେତେ ସଂଖ୍ୟକ ସିଟ୍‌ ଯୁକ୍ତ ୨ କନିଷ୍ଠ ମହାବିଦ୍ୟାଳୟରେ ନାହିଁ। ଫଳରେ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା କରାଯାଉ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ ସୋମବାର କହିଛନ୍ତି ଯେ, କୌଣସି ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେବେନି। ସ୍ଥିତିକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ପଡିବ ସେଠାରେ ସିଟ୍‌ ବୃଦ୍ଧି କରାଯିବ। ବିଭିନ୍ନ ଶୀକ୍ଷାନୁଷ୍ଠାନରେ ଏଥର ୧୦ରୁ ୩୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ନେଇ ଚିନ୍ତା କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଆଶ୍ୱସ୍ତ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ। ସେପଟେ ଆସନ୍ତା ସପ୍ତାହରୁ ନାମଲେଖା ଆରମ୍ଭ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି।