Odisha Link
Bridging the Missing Links in Odisha

ଦିଲ୍ଲୀ ଏମ୍ସରେ ନିଆଁ, ସ୍ଥାନାନ୍ତରିତ ହେଲେ ରୋଗୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ନିଆଁ। ସୋମବାର ସକାଳ  ୫ ଟା ସମୟରେ ଲାଗିଥିଲା ନିଆଁ। ଯାହାକୁ ନେଇ କିଛି ସମୟ ପାଇଁ ଭୟର ବାତାବାରଣ ସୃଷ୍ଟି ହୋଇଥିଲା। ହେଲେ ଦମକଳ ବାହିନୀ ପହଁଞ୍ଚି ନିଆକୁ ଆୟତ୍ତ କରିବାରେ ସଫଳ ହୋଇଥିଲା।

ଦମକଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିଆଁ ବଡ଼ ଧରଣର ଲାଗି ନଥିଲା। ଆମେ କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲୁ। କୌଣସି ପ୍ରକାର କ୍ଷତି ହୋଇ ନାହିଁ ବୋଲି ଦମକଳ ବିଭାଗ ପକ୍ଷରୁ କୁହାଯାଉଛି।

ଡିଏସପି ଅତୁଲ ଠାକୁର କହିଛନ୍ତି ଯେ, ହସ୍ପିଟାଲର କାଜୁଆଲିଟି ଅଞ୍ଚଳରେ ଥିବା ଡମି ରୁମରେ ସକାଳେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା ପରେ ନିଆଁ ବ୍ୟାପିଥିଲା। ସେହି ସମୟରେ ସେ ନିକଟରେ ଥିବା ସମସ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ତତ୍କାଳ ବାହାରକୁ ବାହାର କରାଯାଇଥିଲା। ଏହାପରେ ଦମକଳ ବାହିନୀଙ୍କୁ ନିଆଁ ଲାଗିବା ଖବର ଦିଆଯାଇଥିଲା।

ସୂଚନା ପାଇବା ପରେ ଦମକଳ ବାହିନୀର ୭ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଡିଏସପି।

Leave A Reply

Your email address will not be published.