Odisha Link
Bridging the Missing Links in Odisha

ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ : ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର:ଚଳିତବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଏବେ ରାଜ୍ୟରେ ମାଟ୍ରିକ୍‌ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗ ଚର୍ଚ୍ଚାରେ। ଏହାକୁ ନଜରରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି।

କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଥିଲା। ମେ ମାସ ୭ତାରିଖର ବିଜ୍ଞପ୍ତି ଆଧାରରେ ମୂଲ୍ୟାୟନ କରାଯାଇଛି। ରେଜଲ୍ଟ ପ୍ରକାଶ ବେଳେ କୌଣସି ପକ୍ଷପାତ ହୋଇନି। ୪ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି। ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟରେ ସୂଚନା ଦେଇଛନ୍ତି।

ଏଥିସହିତ ମଡ଼ରେସନ ପଲିସି ଅନୁସାରେ ସବୁ କିଛି ହୋଇଛି। ୨୦୧୭-୧୮-୧୯-୨୦ ଏହି ୪ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି। ସିବିଏସସି ତୁଳନାରେ ଆମେ କୋହଳ ପଦକ୍ଷେପ ନେଇଛୁ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ବୋର୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଅଛନ୍ତି ସେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଆସନ୍ତା ୫ ତାରିଖରୁ ଅଫ ଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ। ପରୀକ୍ଷା ପାଇଁ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। କୋଭିଡଗାଇଡ ଲାଇନ ଆଧାରରେ ଅଫ ଲାଇନ ପରୀକ୍ଷା ହେବ। ସେହି ପରୀକ୍ଷା ରେଜଲ୍ଟ ହିଁ ଚୂଡାନ୍ତ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।