Odisha Link
Bridging the Missing Links in Odisha

ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ କମିଥିବାରୁ କାଟେଗୋରୀ Aକୁ ଉନ୍ନିତ ହୋଇଛି। ତେବେ ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ Aରେ ସାମିଲ କରାଯାଇଛି। ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ B ରେ ରହିଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ିନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫%ରୁ କମ୍ ରହିଛି।

Leave A Reply

Your email address will not be published.