Odisha Link
Bridging the Missing Links in Odisha

ମୋଦିଙ୍କ ମନ୍ତ୍ରିମଣ୍ଡଳ ରେସ୍‌ରେ ବିଶ୍ୱେଶ୍ୱର ଟୁଡୁ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏବେ ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଜମିବାରେ ଲାଗିଛି। ନୂଆ ବିଜେପି ସଭାପତି ଜେ.ପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପହଞ୍ଚିଥିବା ଜଣାଯାଇଛି।

ମୋଦିଙ୍କ ମନ୍ତ୍ରିମଣ୍ଡଳ ରେସ୍‌ରେ ଅଛନ୍ତି ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ। ବିଶ୍ୱେଶ୍ୱର ଟୁଡୁ ଜେ.ପି ନଡ୍ଡାଙ୍କୁ ଭେଟିଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶର ବିଜେପିର ସହ ପ୍ରଭାରୀ ଥିବା ବିଶ୍ୱେଶ୍ୱର ବିଜେପିର ରାଷ୍ଟୀୟ ସମ୍ପାଦକ ଅଛନ୍ତି। ଶ୍ରୀ ଟୁଡୁ ବର୍ତ୍ତମାନ ରାଜ୍ୟ ବିଜେପି ଅନୁସୂଚୀତ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

ବିଶ୍ୱେଶ୍ୱର ୨୦୧୯ ନିର୍ବାଚନରେ ମୟୁରଭଞ୍ଜ ନିର୍ବାଚନୀମଣ୍ଡଳରୁ ବିଜେପି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଦେବାଶିଷ ମାରାଣ୍ଡିଙ୍କୁ ୨୫,୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ସେହିପରି ଓଡ଼ିଶାରୁ ଅଶ୍ୱନୀ ବୈଷ୍ନବ ନାଁ ମଧ୍ୟ ଚର୍ଚ୍ଚା ରହିଛି।

କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ। ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ପ୍ରଧାନମନ୍ତ୍ରୀଙ୍କ ପାଖରେ ବିକଳ୍ପ ରହିଛି। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯିବ। ତେଣୁ ଉତ୍ତର ପ୍ରଦେଶରୁ ଅଧିକ ସଦସ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେ। ସେହିପରି ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ମଧ୍ୟ ଫୋକସରେ ରଖାଯାଇଛି।

Leave A Reply

Your email address will not be published.